Poem by Rajashree Mohapatra
II ଶୂନ୍ୟ II
ଶୂନ୍ୟର ସଙ୍କେତ ଶୂନ୍ୟ ହିଁ ସତ୍ୟ
ଶୂନ୍ୟ ରୁ ସୃଷ୍ଟି ପୁଣି ଶୂନ୍ୟରେ ବିଲୟ ।
ଓଁକାର ଧ୍ବନି , ପ୍ରତିଧ୍ବନି ଜୀବନ ଯଜ୍ଞର ,
ଏ ଶରୀର ପ୍ରତୀକ ଏହି ବିଶ୍ବମୟତାର ।
ଜୀବ ଏଠି କାବ୍ୟ ରଚେ ଶୂନ୍ୟ ମନ୍ଦିରର ,
ଶୂନ୍ୟର ରୋମାଞ୍ଚ ଆଉ ଶୂନ୍ୟର ସୃଜନୀ ଝଙ୍କାର ।
ପୂଣ୍ୟ ଏଠି ଆଲୋକର ଅନ୍ଧାର ପାପର ,
ମାୟାମଖା ଶିହରଣ ମୁକୁଳା ଦେହର ।
ଏତିକି ବୁଝିଛି ପ୍ରିୟ !
ଶୂନ୍ୟ ପାତ୍ର ଜୀବନର ତୁମେ ତ ଭରିବ !
ଶୂନ୍ୟତାର ଶବ୍ଦପାଇଁ ଅର୍ଥଟିଏ ତୁମେ ହିଁ ଲେଖିବ ।
©Rajashree Mohapatra
VOID… SUNYA
Void beckons that the void alone is truth..born from void must end in void
It is Om , the refrain of life’s sacrificial fire and body beautiful the symbol of the fulness of the world … its pervasive hold!
The living make poetry of Godless temples and sensually define the astral touch by creating a God!
All that is sacred and sinless is truly the light of the darkened hour..body’s plain nakedness bristling in sensation is the illusion of the dead!
I know this much for sure my Love , you alone would fill the life that is empty and dead ,you alone would ascribe a meaning to this void!
Translated into english by Dr Haraprasad Das