VAṂSA 2 – Poem by Haraprasad Das / Translated from Odia into English by Dr. Namita Laxmi Jagaddeb

Poem by Haraprasad Das
 
 
ମହାଭାରତ କବିତା
 
ବଂଶ ୨ ହରପ୍ରସାଦ ଦାସ
 
ସତରେ କ’ଣ ମୁଁ ତୁମକୁ ଭଲ ପାଇନଥିଲି ଦେବଯାନୀ
ସତରେ କ’ଣ ମୁଁ ତୁମଠୁ ବେଶି ବାଟ ହୁଡ଼ି ନଥିଲି
ଅରଣ୍ୟରେ!
 
ପ୍ରୟୋଜନର ବୋଝ ମୁଣ୍ଡରେ , ଛାୟାପଥର
ଧୂଳି ଧୂସର ଅନନ୍ତ ପଥ ଆଗରେ , ଆଉ
କେହି ନାହାନ୍ତି ସାଥିରେ,
ଏତେଟିକିଏ ସ୍ମୃତି କେବଳ
ସଂଜିବନୀର, ଯାହାକୁ ମୁଁ ଛାଡି ଆସିଲି ପ୍ରତିଧ୍ୱନି ର କୂଅ ମୁହଁରେ,
ସତରେ କ’ଣ ମୁଁ ରହିପାରିନଥାନ୍ତି
ତମର ମୟାଲୋକରେ, ମଳିନ ଚନ୍ଦ୍ରକଳା ହୋଇ ଗଛ ଶିଖରେ ?
ମୁଁ ପାରିଥା’ନ୍ତି ଯଦି ମୋର ରକ୍ତରେ ଥାଆନ୍ତା
ଆଉ ଟିକିଏ ନିବିଡ ହୋଇ ଲହୁ, ଆଉ ଟିକିଏ ଉତ୍ତାପ ଯଦି
ଥାଆନ୍ତା ମୋର ଲୁହରେ!
 
ଦେବତା ହେବାର ଥିଲା ମୋର ଅଭିଶାପ !
ଦେବତାମାନେ ଜାଣନ୍ତି ନାହିଁ ପ୍ରେମ, ପ୍ରୟୋଜନର ଟୋପାଏ
ସିନ୍ଦୁର ଲାଗିଲେ ପଥର
ଦେବତା ହୁଏ ଗଛ ମୂଳରେ, ସେଇ ତ
ରହସ୍ୟ , ସବୁ ହରାଇବାର, ସବୁ ପାଇବାର,
ଉପକୂଳରୁ ଡଙ୍ଗା ଫିଟିବା ଆଗରୁ !
 
ବିଦାୟ ଦେବଯାନୀ , ବିଦାୟ, ତମର ନିଶ୍ୱାସରୁ
ମୁଁ ନେଇଚି ମୁଠାଏ ତାରାଧୂଳି
ଉଦାସ ଦିନରାତିରୁ ତମର ନେଇଚି
ସୁନ୍ଦର ପରାଜୟର ପରିକ୍ରମା, ନିର୍ଲୋଭ ଗୋଧୂଳି ।
 
ଅଥର୍ବ କଚର ବଡ଼ିମାରେ
ମିଶୁ ଆଉ ଟିକିଏ ବିଷ, ଯାଉ ଯାଉ
ଶେଷ ହେଇ ଯାଉ ଅନନ୍ତ ପଥ,ଅନ୍ତିମର
ଚିତ୍ରଲେଖାରୁ ଫୁଟୁ ଅଭିଶାପର
ଶେଷ ହସ , ଇତିହାସ ଲେଖା ହେବା ଆଗରୁ ।
 
ମରୁ ପଛେ ପ୍ରେମ, ଅମର ହେଉ ଦେବତା !
 
 
 
VAṂSA 2
 
Didn’t I love you dearly, Devajani!
Didn’t I lose my way many times more than you,
wooing you in the woods!
 
Now, I trudge alone carrying a head load
of the divine charge en route the milky way,
the star dusted corridor of eternity;
my only company is the precious
reminiscence of Sanjivani, the life giving hymn,
which I left behind at the cave to reverberate my voice.
Believe me, Devajani, I could have hung on to you,
idling my time in your ethereal world,
sitting atop a tree like a decadent moon.
But,I could not, for my blood lacked the substance,
my tears the warmth, so dear to man.
 
Being a god was my sin!
A god knows no love; a stone beneath a tree turns deity,
once smeared with a lump of vermillion by somebody
wishing a boon; there is the secret of losing all, recovering all,
ere the boat is let loose from the shore!
 
Goodbye, Devajani!
From your breath, I stole, a fistful of stardust;
from your listless days and nights, a graceful defeat;
an indulgent twilight.
 
Let the vanity of the invalid Kacha be vitiated
with a little bit more poison while staggering back
to the celestial terminal the endless journey may end;
let the picturesque finale, come up flourishing the last laugh,
of malediction, before being chronicled.
 
Love may die, gods stay immortal!
 
 
 
Translated from Odia into English by Dr. Namita Laxmi Jagaddeb

 

 

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s