••• She (•••ସେ) / Poem by Rajashree Mohapatra

 
Poem by Rajashree Mohapatra
 
 
••• She
 
She will rise from the ashes
from the faded colors of the desert flowers
She will be back this time as she did before
 
She will touch her dreams
hanging in between the leaves
of tangled branches of wild trees where moon is trapped still
 
So far •••
In utter silence
She has sprinkled nectar on you in her womb,
She has worn a smile on her parched lips for you.
 
How can you forget
the hands that cared for you so far
Don’t call her a stream , flowing with waves of sin
She has clung you to her soft body
with love from time immemorial
 
She understands well •••
Your hunger, hidden in the dark chambers
Your thirst , of burning fire !
Your pain , of your existence
and the reason behind your survival
 
You don’t know
She will never perish ,
But will survive like an immortal vine
She will continue to smile like the tender leaves
She will stretch herself to touch the sky
to paint her dreams
and will shine for ever like a star in
Akash Ganga to remind you
 
There is no safe home for you
other than her womb
O! Woman’s child, dont you know
you are born unto the ambrosia of heaven
So sprinkle it upon yourself
and be the eternal Man !
 
 
•••ସେ
 
ଫେରି ଆସିବ ••• ସେ
ସାଉଁଟି ଆଣି ନିଜକୁ ମଶାଣିର ପାଉଁଶରୁ
ମଉଳା ମରୁଫୁଲର ଉଡିଯାଇଥିବା ରଙ୍ଗରୁ
ହଁ , ପ୍ରତିଥର ପରି ଏଥର ବି
 
ସେ ପୁଣି ଖୋଜି ଆଣିବ ତା ସ୍ୱପ୍ନ •••
ଛନ୍ଦାଛନ୍ଦି ପତ୍ରଗହଳରୁ ,
ଯେଉଁଠି ଠାକି ଯାଏ ଜହ୍ନ ଓହ୍ଲଉ ଓହ୍ଲଉ
ଗୋଟେଇ ଆଣିବ , ଯନ୍ତ୍ରଣାରେ ଜଳୁଥିବା ଜଉଘରୁ
ପୋଛି ଆଣିବ ,ବହୁବର୍ଣ୍ଣା ଆକାଶ ଦେହରୁ
 
ଏ ଯାଏଁ •••
ସେ ସିଞ୍ଚିଛି ତୁମକୁ , ତା ଗର୍ଭର ଜଳରେ , ନିଃଶବ୍ଦରେ ,
ଆଉଜେଇ ନେଇଛି ତା କୋମଳ ଛାତିରେ
ପିନ୍ଧିଛି କେତେଥର ତୁମ ପାଇଁ
ଅମଳିନ ହସ ମଉଳା ଓଠରେ
 
ଭୁଲିଗଲ •••
ଧୂଳିଝାଡି ଏ ଯାଏଁ ଆଉଁଶି ଦେଇଛି ଯେଉଁ ହାତ
ତାକୁ ଏବେ କହୁଅଛ ପାପଭିଜା ପଙ୍କିଳ ସ୍ରୋତ
ଯାହାକୁ ଘୋଡେଇ ଦେଉଛ କଳା ଖୋଳପାରେ
ସେ ପରା ଜଡେଇ ଧରିଥିଲା ତୁମ ଦେହକୁ
ତା ଫୁଙ୍ଗୁଳା ଦେହରେ , କେତେ ସୋହାଗରେ
 
ସେ କଣ ବୁଝିନି •••
ତୁମ ଭୋକ , ଅନନ୍ତକାଳରୁ ଅନ୍ଧାରରେ ଲୁଚିଥିବା ଅଭାବର !
ତୁମ ଶୋଷ , ଜଳୁ ଜଳୁ ଲିଭି ଆସୁଥିବା ଉହ୍ମେଇ ନିଆଁର !
ତୁମ ବ୍ୟଥା , ତରଳି ଯାଉଥିବା ଅସ୍ତିତ୍ଵର !
 
କଣ ଜାଣିନାହଁ ତୁମେ •••
ତାର ମୃତ୍ୟୁ ନାହିଁ, ଯେଉଁଠି ବି ଫିଙ୍ଗିଦିଅ ଅମରୀ ଲଟାପରି
ସେ କଅଁଳିବ ଦୁଇ ପତ୍ର ମେଲି , ନିଜ ଲହୁର ମଞ୍ଜିରୁ
ପୁଣି ଲମ୍ବିଯିବ ଛୁଇଁବାକୁ ଆକାଶର ଛାତ
ପୁଣି କେବେ ଝଟକିବ ସେ , ଆକାଶଗଙ୍ଗାରେ ତାରାଟିଏ ହୋଇ
 
କହୁଥିବ , ହେ ପୁରୁଷ !
ଗର୍ଭପରି ନିରାପଦ ଘରଟିଏ ତୁମପାଇଁ କୋଉଁଠିବି ନାହିଁ !
ଅମୃତ ଛିଞ୍ଚିହୁଅ , ଅମୃତର ତୁମେ , ଏତିକି କ’ଣ ବୁଝିପାର ନାହିଁ !
 
Copyright@Rajashree Mohapatra
Bhubaneswar, India 

One thought on “••• She (•••ସେ) / Poem by Rajashree Mohapatra

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s