Poem by Rajashree Mohapatra
NIRVANA … THE SALVATION
The moth too lives its penance , Oh how irresistibly it is drawn to the fire of penance to melt in it…
Nondiscriminating , nonaffected,
Nonpossesive and clean,
It has abjured sorrows , unshakable in resolve
It stays in its state of penance until perish !
Illusion clouds the circle of love as the flame of life’s earthen lamp consumes life bit by bit
The moth’s fire of love is the first sanctified offering to Nirvana!
Tell me Love !
Is the moth’s penance a house of wax of deception and suffering ?
Or
Is this love’s gift of compassion in its ultimate bloom ?ll ପତଙ୍ଗର
ନିର୍ବାଣ ll
ତପାଗ୍ନିରେ ତରଳିବା ପାଇଁ
ତପୋନିଷ୍ଠ ପତଙ୍ଗର ଏ କି ଆକର୍ଷଣ !
ନିର୍ବିକାର … ସେ ନିର୍ଲିପ୍ତ
ନିରଭିମାନ … ନିର୍ମଳ
ବିଷାଦ ବିବର୍ଜିତ
ଅବିଚଳ ଧ୍ୟାନରତ ।
ପ୍ରେମ ପରିଧିରେ ମାୟା
କୁହେଳି ରଚୁଛି ,
ଜୀବନର ଦୀପଶିଖା
ପ୍ରତିକ୍ଷଣେ ଆୟୁକୁ ଜାଳୁଛି ।
ପତଙ୍ଗର ପ୍ରଣୟର ଏ ଅଗ୍ନିଶିଖା
ନିର୍ବାଣର ମନ୍ତ୍ରପୂତ ଆଦ୍ଯ ଆରାଧନା ।
କୁହ ପ୍ରିୟ !
ଏ କ’ଣ ଛଳନାର , ଯନ୍ତ୍ରଣାର ଜଉଘର
ଅବା
କୁସୁମିତ କରୁଣାର ପ୍ରୀତି ଉପହାର ?
Rajashree Mohapatra ©
Translation from Odia into English by Haraprasad Das





























Leave a Reply